- 28 Sections
- 78 Lessons
- Lifetime
- Important InformationVideo call link: https://meet.google.com/usa-bvhz-twb2
- PAPER-I- Section A- (I) Origin and development of Odia Language-Influence of Austric, Dravidian, Perso Arabic and English on Odia Language.13
- 4.1PAPER-I- Section A||a|| Origin of Odia Language
- 4.2PAPER-I- Section A||d|| Language of Ancient Odia prose
- 4.3PAPER-I- Section A||b|| Language of Abhilekha
- 4.4PAPER-I- Section A||c|| Language of Charjya Gitika
- 4.5PAPER-I- Section A||e|| Language of 15th century
- 4.6PAPER-I- Section A||e|| Language of 16th century
- 4.7PAPER-I- Section A||g|| Language of Riti Juga
- 4.8PAPER-I- Section A||h|| Language after Riti Juga
- 4.9PAPER-I- Section A||i|| Language of 19th Century
- 4.10PAPER-I- Section A||j|| Influence of Austric on Odia Language.
- 4.11PAPER-I- Section A||k|| Influence of Dravidian on Odia Language
- 4.12PAPER-I- Section A||m|| Influence of English on Odia Language.
- 4.13PAPER-I- Section A||l|| Influence of Perso Arabic on Odia Language.
- 0
- PAPER-I- Section A- (iii) Morphology: Morphemes (free, bound compound and complex), derivational and inflectional affixes, case inflection, conjugation of verb.1
- PAPER-I- Section A- (iv) Syntax: Kinds of sentences and their transformation, structure of sentences.2
- PAPER-I- Section A- (v) Semantics—Different types of change in meaning. Euphemism.2
- PAPER-I- Section A- (vi) Common errors in spellings, grammatical uses and construction of sentences.2
- 0
- PAPER-I- Section B-(i) Historical backgrounds (social, cultural and political) of Odia Literature of different periods.14
- 11.1PAPER-I- Section B-(i) (a) Different periods of Odia literature
- 11.2PAPER-I- Section B-(iii) (b)Prak Sarala age
- 11.3PAPER-I- Section B-(iii) (c)Introduction of Sarala period
- 11.4PAPER-I- Section B-(iii) (d) Political Background of Sarala Period
- 11.5PAPER-I- Section B-(iii) (e) Social Background of Sarala Period
- 11.6PAPER-I- Section B-(iii) (f) Cultural Background of Sarala Period
- 11.7PAPER-I- Section B-(iii) (g)Panchasakha age : An Introduction
- 11.8PAPER-I- Section B-(iii) (h)Political Background of Panchashakha Period
- 11.9PAPER-I- Section B-(iii) (i)Social Background of Panchashakha Period
- 11.10PAPER-I- Section B-(iii) (j)Cultural Background of Panchashakha Period1
- 11.11PAPER-I- Section B-(iii) (k)Introduction of Reeti Period
- 11.12PAPER-I- Section B-(iii) (l)Political Background of Reeti Period
- 11.13PAPER-I- Section B-(iii) (m)Social Background of Reeti Period
- 11.14PAPER-I- Section B-(iii) (n) cultural Background of Reeti Period
- PAPER-I- Section B-(ii) Ancient epics, ornate kavyas and padavalis.3
- PAPER-I- Section B-(iii) Typical structural forms of Odia Literature (Koili, Chautisa, Poi, Chaupadi, Champu).5
- 13.1PAPER-I- Section B||iii ||a|| Typical structural forms of Odia Literature (Koili).
- 13.2PAPER-I- Section B||iii ||b|| Typical structural forms of Odia Literature (Chautisa)
- 13.3PAPER-I- Section B||iii ||c|| Typical structural forms of Odia Literature chaupadi
- 13.4PAPER-I- Section B||iii ||d|| Typical structural forms of Odia Literature poi
- 13.5PAPER-I- Section B||iii ||e|| Typical structural forms of Odia Literature champu
- PAPER-I- Section B-(iv) Modern trends in poetry, drama short story, novel essay and literary criticism.8
- 14.0PAPER-I- Section B-(iv) (a) Introduction of Mordenity
- 14.1PAPER-I- Section B-(iv) (b) Nava Jagarana
- 14.2PAPER-I- Section B-(iv) (c) Modern trends in poetry,
- 14.3PAPER-I- Section B-(iv) (d) Modern trends in Novels
- 14.4Modernism and Odia Short story
- 14.5Modernism and Odia Essay
- 14.6Mordenism and Odia drama
- 14.7mordenism and Odia Samalochana
- PAPER-II- Section A- Poetry (Ancient)-1. Sãralã Dãs—Gada Parva from Mahābhārata.3
- PAPER-II- Section A- Poetry (Ancient)- 2. Jaganãth Dãs-Bhãgabata, XI Skadhã-Jadu Avadhuta Sambãda.3
- PAPER-II- Section A- Poetry(Medieval)- 3. Dinakrushna Dãs—Raskallola—(Chhãndas—16 & 34)3
- PAPER-II- Section A- Poetry(Medieval)- 4. Upendra Bhanja—Lavanyabati (Chhãndas—1 & 2).2
- PAPER-II- Section A- Poetry (Modern)- 5. Rãdhãnath Ray_5. Rãdhãnath Ray_Chilika1
- PAPER-II- Section A- Poetry (Modern)-6. Māyādhar Mänasinha— mahanadi re jyotsna vihara1
- PAPER-II- Section A- Poetry (Modern)-7. . Sãtchidananda Routray-Baji Routray1
- PAPER-II- Section A- Poetry (Modern)- 8. Ramãkãnta Ratha-Saptama Ritu.1
- PAPER-II- Section B- (Drama)- 9. Manoranjan Dãs-Klanta Prajapati1
- PAPER-II- Section B- (Drama)- 10. Bijay Mishra–Tata Niranjanä.2
- PAPER-II- Section B- (Novel)- 11. Fakir Mohan Senăpati-Chhamăna Athaguntha.2
- PAPER-II- Section B- (Novel)-12. Gopinãth Mohãnty—Dãnãpani.2
- PAPER-II- Section B- (Short Storyl)-13. Surendra Mohãnty-Marãlara Mrityu.1
- PAPER-II- Section B- (Short Storyl) 14. Manoj Dãs—Laxmira Abhisára.1
- PAPER-II- Section B- (Essay)- 15. Chittaranjan Dãs—Tranga o Tadit (First Five essays).1
- PAPER-II- Section B- (Essay)- 16. Chandra Sekhar Rath—Mun Satyadharmã Kahuchhi (First five essays).1
PAPER-I- Section B-(iii) (d) Political Background of Sarala Period
ସାରଳା ଦାସ ଓ କପିଳେନ୍ଦ୍ର ଦେବ
ସାରଳା ଦାସ କପିଳେନ୍ଦ୍ର ଦେବଙ୍କ ସମସାମୟିକ । ଓଡ଼ିଆ ସାହିତ୍ୟର ଜନକ ସାରଳା ଦାସ କପିଳେନ୍ଦ୍ରଦେବଙ୍କ ସମୟରେ ଲେଖନୀ ଚାଳନା କରିଥିବା କଥା ପ୍ରାୟ ସମସ୍ତ ଆଲୋଚକ ମୁକ୍ତ କଣ୍ଠରେ ସ୍ଵୀକାର କରିଅଛନ୍ତି । ସାରଳା ଦାସ ଗଜପତି କପିଳେନ୍ଦ୍ରଦେବ ଓ ପୁରୁଷୋତ୍ତମ ଦେବ ଉଭୟଙ୍କ ସମୟରେ ଜୀବିତ ଥିବା ଓ ସାହିତ୍ୟ ସୃଷ୍ଟି କରିଥିବା କଥା ଐତିହାସିକ ଭିଭିରେ ଅଲୋଚିତ ଏବଂ ଗୃହୀତ । ସାରଳା ମହାଭାରତରେ କପିଳେନ୍ଦ୍ର ଦେବ ଗଜପତିଙ୍କର (ଖ୍ରୀ. ୧୪୩୫- ୧୪୬୭) ରାଜତ୍ଵ ସମୟର ଐତିହାସିକ ଚିତ୍ର ମଧ୍ୟ ରହିଛି ।
ସାରଳା ଦାସଙ୍କ ଭାଷାରେ-
“କାଳିକାଳ ଧ୍ଵଂସିଣ ଭୋଗେଣ କୋଟି ପୂଜା
ପ୍ରଣମିତେ ଖଟନ୍ତି ଶ୍ରୀକପିଳେଶ୍ୱର ମହାରାଜା
ପ୍ରଣିପତ୍ୟେ ଖଟଇ କପିଳେନ୍ଦ୍ରର ନାମେ ରାଜା
ତେତ୍ତିଶ କୋଟି ଦେବେ ଚରଣେ ଯାର ପୂଜା” (ସାରଳା ମହାଭାରତ, ଆଦି ପର୍ବ)
କୌଣସି ଆଲୋଚକ ସାରଳା ମହାଭାରତରେ ବର୍ଣ୍ଣିତ କପିଳେଶ୍ୱରଦେବଙ୍କୁ କପିଳସିଂହ ବା କପିଳନରସିଂହ ଭାବରେ ଚିହ୍ନିତ କରି ସାରଳା ଦାସଙ୍କୁ ନବମ ବା ଦଶମ ଶତାବ୍ଦୀର କବି ଭାବରେ ଉପସ୍ଥାପିତ କରିବାର ଚେଷ୍ଟା କରିଛନ୍ତି । ମାତ୍ର ଏ ପ୍ରକାର ଚେଷ୍ଟା ଭ୍ରମାତ୍ମକ ବୋଲି ପ୍ରମାଣିତ ହୋଇଅଛି । କିନ୍ତୁ ଅଧିକାଂଶ ପୋଥିର କପିଳେଶ୍ବର କିଏ ? ତାହା କୌଣସି କପିଳ ନରସିଂହ ବା କପିଳସିଂହ ନୁହନ୍ତି । ସେ ହେଉଛନ୍ତି ଗଜପତି କପିଳେନ୍ଦ୍ରଦେବ । କପିଳେନ୍ଦ୍ରଦେବଙ୍କର ଅଧକାଂଶ ଶିଳାଲେଖରେ ‘କପିଳେନ୍ଦ୍ରଦେବ’,‘ପ୍ରତାପ କପିଳେଶ୍ଵର’, ‘ପ୍ରତାପ କପିଳେଶ୍ଵର ଦେବ’, ‘ପ୍ରତାପ କପିଳେଶ୍ୱରପୁର ଶାସନ’, ‘କପିଳେଶ୍ଵର ଗ୍ରାମ’ ପ୍ରଭୃତି ଶବ୍ଦର ପ୍ରୟୋଗ ରହିଛି । ତେଣୁ ସାରଳା ମହାଭାରତରେ କପିଳେଶ୍ୱର ହିଁ ଗଜପତି କପିଳେନ୍ଦ୍ରଦେବ କହିବା ନିର୍ଭୁଲ ନିଶ୍ଚୟ । ମହାଭାରତର ଆଦିପର୍ବରେ ସାରଳାଙ୍କ ବନ୍ଦନା ପ୍ରସଙ୍ଗରେ କବି କପିଳେଶ୍ୱରଦେବଙ୍କ ସମ୍ବନ୍ଧରେ ସୂଚନା ଦେଇଛନ୍ତି ।
ପ୍ରଥମ ସାହିତ୍ୟ ନିମନ୍ତେ ଅନୁକୂଳ ପରିବେଶ
କପିଳେନ୍ଦ୍ର ଦେବଙ୍କ ରାଜତ୍ଵ କାଳରେ ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟ ସୃଷ୍ଟି ହେବାର ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା । ନବମ-ଦଶମ ଶତାବ୍ଦୀରେ ବୌଦ୍ଧ ସହଜିୟାମାନଙ୍କର ଉଦାର ଧର୍ମନୀତି ସାମାଜିକ ଜୀବନକୁ ପ୍ରାୟ ଅନ୍ତଃସାରଶୂନ୍ୟ କରି ଦେଇଥିଲା । ଏକାଦଶ-ଦ୍ଵାଦଶ ଶତାବ୍ଦୀରେ ଗଙ୍ଗ ବଂଶର ଅଭ୍ୟୁତ୍ଥାନରେ ଏହି ଦୁରବସ୍ଥା କଞ୍ଚତ୍ ପରିମାଣରେ ଦୂର ହୋଇଥିଲେ ମଧ୍ୟ ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ଗଙ୍ଗବଂଶ ରାଜାମାନେ ଦୁର୍ବଳ ହୋଇ ପଡ଼ିଥିଲେ ଏବଂ ଦେଶର ରଜନୈତିକ ଜୀବନ ପୁନର୍ବାର ଅସ୍ଥିରତାରେ ପୂର୍ଣ୍ଣ ହୋଇ ଉଠିଲା । ଏହି ସମୟରେ କପିଳେନ୍ଦ୍ର ଦେବ ଓଡ଼ିଶାର ସିଂହାସନ ଅଧିକାର କରି ଦେଶରେ ଶାନ୍ତପୂର୍ଣ୍ଣ ବାତାବରଣ ଫେରଇ ଆଣିବା ଚେଷ୍ଟାରେ ସଫଳ ହୋଇଥିଲେ । ଏହା ଫଳରେ ଦାର୍ଘକାଳର ଅସ୍ଥିରତା ଦୂର ହେବା ପରେ ଓଡ଼ିଆମାନେ ସାହିତ୍ୟ, ଶିଳ୍ପ, ବାଣିଜ୍ୟ ଇତ୍ୟାଦିର ଉନ୍ନତି ନିମିତ୍ତ ଯତ୍ନବାନ ହୋଇପଡ଼ିଲେ ।
ସାରଳା ସାହିତ୍ୟର ରାଜନୈତିକ ପୃଷ୍ଠଭୂମି:
“ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ
ଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ । xxx
ବିଜୟୀ ‘ବିଜୟ ନଗର’ ମାଗିଲା ଶରଶ ଚରଣ ତଳେ,
‘ବାହାମନୀ’ ପତି ଯବନ, ଶମନ କାତରେ ଲୁଚିଲା ଘରେ । ” – ଗୋଦାବରୀଶ ମହାପାତ୍ର
କପିଳେନ୍ଦ୍ର ଦେବଙ୍କ ପୂର୍ବରୁ ଓଡ଼ିଶାରେ ଗଙ୍ଗବଂଶର ରାଜାମାନେ ଶାସନ କରୁଥିଲେ । ଏହି ରାଜାମାନେ ସୁଶାସକ ଥିଲେ ଏବଂ ଦୀର୍ଘ ତିନି ଶହ କୋଡ଼ିଏ ବର୍ଷକାଳ ଶାସନ କରିଥିଲେ । ଏହି ସମୟରେ ଓଡ଼ିଶା ରାଜନୈତିକ, ସାମରିକ, ଅର୍ଥନୈତିକ ଆଦି ଦୃଷ୍ଟିରୁ ଏକ ସମୃଦ୍ଧିଶାଳୀ ରାଜ୍ୟ ଭବେ ଭାରତ ତଥା ଭାରତ ବାହାରେ ଖ୍ୟାତି ଅର୍ଜନ କରିଥିଲା । ଏହି ବଂଶର ପ୍ରବଳ ପ୍ରତାପୀ ଚୋଡ଼ଗଙ୍ଗ ଦେବ ଖ୍ରୀ.ଅ.୧୦୭୮ରୁ ଖ୍ରୀ.ଅ.୧୧୪୭ ପର୍ଯ୍ୟନ୍ତ ଦୀର୍ଘ ସମୟ ରାଜତ୍ୱ କରିଥିଲେ ।
ଗଙ୍ଗବଂଶର ତୃତୀୟ ଅନଙ୍ଗଭୀମ ଦେବଙ୍କ ସମୟରୁ ଅର୍ଥାତ୍ ଖ୍ରୀଷ୍ଟୀୟ ତେରଶହ ଶତାବ୍ଦୀରୁ ବଙ୍ଗର ମୁସଲମାନ ଶାସକଗଣ ବାରମ୍ବାର ଓଡ଼ିଶା ଆକ୍ରମଣ କରୁଥଲେ, ମାତ୍ର ପ୍ରତ୍ୟେକ ଥର ପରାସ୍ତ ହୋଇ ପଳାୟନ କରୁଥିଲେ । କାଳକ୍ରମେ ଓଡ଼ିଶାର ସାମରିକ ଶକ୍ତି ଦୁର୍ବଳ ହୋଇ ପଡ଼ିଥିଲା । ଫଳରେ ଖ୍ରୀ. ୧୩୬୧ରେ ଦିଲ୍ଲୀର ଶାସକ ଫିରେଜ ଶାହ ତୋଗଲକ ତୃତୀୟ ଭାନୁଦେବ ପରସ୍ତ କରି ଜଗନ୍ନାଥ ମନ୍ଦିର ଲୁଣ୍ଠନ କରଥଲେ ଓ ଓଡ଼ିଶାର ଅଗଣିତ ନରନାରୀକୁ ହତ୍ୟା କରିଥିଲେ । ତାପରେ ଦେଶରେ ଦେଖାଗଲା ଅଦ୍ଭୁତପୂର୍ବ ଅନ୍ତର୍ବିପ୍ଲବ । ସେତେବେଳେ ଚତୁର ସେନାପତି କପିଳ ରାଉତ କପିଳେନ୍ଦ୍ର ଦେବ ରୂପେ ଓଡ଼ିଶାର ସିଂହାସନ ଅଧିକାର କଲେ ।
ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର କପିଳେନ୍ଦ୍ର ଦେବ ଜଣେ ସୁଶାସକ ଏବଂ ପ୍ରବଲ ପ୍ରତୋପୀ ସମ୍ରାଟ ଥିଲେ । ତାଙ୍କର ଉକ୍ତ ଦାର୍ଘ ଉପାଧିଟି ଏପର୍ଯ୍ୟନ୍ତ ମଧ୍ୟ ଗଜପତି ମହାରଜାମାନଙ୍କ ନାମ ପୂର୍ବରେ ବ୍ୟବହୃତ ହେଉଅଛି । କପିଳେନ୍ଦ୍ର ଦେବଙ୍କ ଅଧୀନରେ ଓଡ଼ିଶାର ସାମରିକ ଶକ୍ତ ପୁଣି ବିପୁଳ ଭାବରେ ଗଢ଼ି ଉଠିଲା । ସେ ସିଂହାସନ ଆରୋହଣ କରିବା ସଙ୍ଗେ ସଙ୍ଗେ ବିଦ୍ରୋହୀ ସାମନ୍ତ ରାଜାମାନଙ୍କୁ ଦମନ କରିଥିଲେ । ଦକ୍ଷିଣରେ ଖେମଣ୍ଡି ସମେତ ଅନ୍ୟ କେତେକ ସାମନ୍ତ ରାଜାମାନଙ୍କ ବିଦ୍ରୋହ ଦମନ କରିବା ନିମନ୍ତେ ସେ ସେମାନଙ୍କ ବିରୁଦ୍ଧରେ ଖ୍ରୀ.୧୪୪୨ରେ ଅଭିଯାନ କରିଥିଲେ । ଯୁଦ୍ଧରେ ଉକ୍ତ ରାଜାମାନେ ପରାସ୍ତ ହୋଇଥିଲେ ଏବଂ ସେଠାରେ ଶାନ୍ତି ସ୍ଥାପିତ ହୋଇଥିଲା । ସେହି ବର୍ଷ ମହେନ୍ଦ୍ରଗିରି ଅଭିଯାନ ମଧ୍ୟ ତାଙ୍କର ସଫଲ ହୋଇଥିଲା ଏବଂ ସେ ମହେନ୍ଦ୍ରଗିରିଠାରୁ ଆନ୍ଧ୍ରର କୋଣ୍ଡାପାଲି ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ । ଏହି ଅଭିଯାନ କାଳରେ ଆଳି, କନିକା, କୁଜଙ୍ଗ ଆଦି ଅଞ୍ଚଳ ସମେତ ଅନ୍ୟାନ୍ୟ କେତେକ ଅଞ୍ଚଳର ସାମନ୍ତ ରାଜାଗଣ ବିଦ୍ରୋହ ଘୋଷଣା କରିବାରୁ କପିଳେନ୍ଦ୍ର ଦେବ କୋଣ୍ଡାପାଲିଠାରୁ ଫେରିଆସି ଏହି ଅଞ୍ଚଳର ବିଦ୍ରୋହୀମାନଙ୍କୁ ଦମନ କରଥଲେ । ଖ୍ରୀ: ଅ ୧୪୪୭ ରେ ସେ କୃଷ୍ଠା-ଗୋଦାବରୀ ନଦୀର ଅବବାହିକା ରାଜ୍ୟର କୁଣ୍ଡାବିଡୁ ଦୁର୍ଗ ଦଖଲ କରିଥିଲେ । ଏହି ସମୟରେ ବଙ୍ଗର ସୁଲତାନ ନାସିରୁଦ୍ଦନ ମହମ୍ମଦ ଓଡ଼ିଶାର ଉତ୍ତରାଞ୍ଚଳ ଆକ୍ରମଣ କରିଥିଲେ; ମାତ୍ର କପିଳେନ୍ଦ୍ରଦେବ ଖ୍ରୀ.୧୪୫୮ରେ ତା’ଙ୍କୁ ଯୁଦ୍ଧରେ ପରାସ୍ତ କରି ବଙ୍ଗର ଈଶ୍ଵର ଭାବରେ ‘ଗୌଡ଼େଶ୍ଵର’ ଉପାଧିରେ ଭୂଷିତ ହେଲେ । ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ବିସ୍ତୃତ ରାଜ୍ୟକୁ କପିଳେନ୍ଦ୍ର ଦେବ ଶାସନଗତ ସୁବଧା ଦୃଷ୍ଟିରୁ ନଅଗୋଟି ପ୍ରମୁଖ ଦଣ୍ଡପାଟରେ ବିଭକ୍ତ କରିଥିଲେ । ଏହି ନବ ଦଣ୍ଡପାଟକୁ ଘେନି ଗଠିତ ସାମ୍ରାଜ୍ୟ ନବକୋଟି ନାମରେ ପରିଚିତ ଥିବାର ଆଲୋଚକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଅନୁମାନ କରିଛନ୍ତି । ପୁନଶ୍ଚ ଖ୍ରୀ. ୧୪୬୧ ରେ ବାହମନୀ ରାଜ୍ୟର ରଜଧାନୀ ‘ଗୁଲବର୍ଗ’କୁ ଅଭିଯାନ ଚଲାଇ ସେଠାରେ ଆଲ୍ଲାଉଦ୍ଦିନ ଅହମ୍ମଦ ଦ୍ଵିତୀୟଙ୍କୁ ଦେବରକୋଣ୍ଡାଠାରେ ପରସ୍ତ କଲେ । ବାହମନୀ ସୁଲତାନ ତାଙ୍କ ସହ ସନ୍ଧି ସ୍ଥାପନ କରିଥିଲେ ଏବଂ ତାଙ୍କୁ ଗୁଲବର୍ଗ ବା କଳବର୍ଗ ଅଞ୍ଚଳ ପ୍ରଦାନ କରିଥିଲେ । ଏହି ‘ଗୁଲବର୍ଗ’ରୁ ହିଁ ଓଡ଼ିଆରେ କଳବର୍ଗ ନାମର ସୃଷ୍ଟି ହୋଇଥିଲା ଏବଂ ସେହି ଦିନଠାରୁ କପିଳେନ୍ଦ୍ରଙ୍କ ପ୍ରଶସ୍ତିରେ କଳବର୍ଗେଶ୍ୱର ଉପାଧି ସଂଯୋଜିତ ହୋଇଥିଲା। ସାରଳାଦାସ ଏହି କଳବର୍ଗ ନାମଟିକୁ ଆହୁରି ପରିବର୍ତ୍ତନ କରି ‘କାଳେବର’ କରିଛନ୍ତି ଏବଂ ମହାଭାରତର ବର୍ଣ୍ଣନା ଅବକାଶରେ ଭୀମ ଶିବପୁରର ରାଜା ହୋଇଥିବାବେଳେ ତାହାଙ୍କୁ ‘କାଳେବର ମହାରାଜା’ ବୋଲି ବର୍ଣ୍ଣନା କରିଛନ୍ତି ।
“ଅନେକ ବ୍ରାହ୍ମଣ ଯେ କରନ୍ତି ପାଦପୂଜା
ବନ ନଗ୍ର ଦେଶେ କାଳେବର ମହାରାଜା ।”
କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳ ଯୁଦ୍ଧ ଘନଘଟା ରେ ପରିପୂର୍ଣ୍ଣ ଥିଲା । ଦେଶରେ ଅଳ୍ପ ସମୟ ପାଇଁ ରାଜନୈତିକ ସ୍ଥିରତା ଥିଲେ ମଧ୍ୟ ପ୍ରଜାଗଣ ସୁଖ ଶାନ୍ତିରେ କାଳାତିପାତ କରୁଥିଲେ । ପ୍ରାୟ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ମଧ୍ୟ କପିଳେନ୍ଦ୍ର ଦେବ ଦେଶରେ ସାଧାରଣ ଉନ୍ନତି ମୂଳକ କାର୍ଯ୍ୟରେ ଅବହେଳା କରି ନ ଥିଲେ । ଦେଶର ପ୍ରଜାଗଣ ଯେପରି ସୁଶାସନରୁ ବଞ୍ଚିତ ନ ହୁଅନ୍ତି ସେଥି ନିମନ୍ତେ ଅଧିକ ଧ୍ୟାନ ଦେବାକୁ ସେ ସାମନ୍ତ ରାଜାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତା’ଙ୍କ ରାଜତ୍ୱ କାଳରେ ଦେଶର ରାଜନୈତିକ, ସାମାଜିକ, ଅର୍ଥନୈତକ ଅବସ୍ଥାରେ ଉନ୍ନତି ଘଟିଥିଲା ଏବଂ ଜନସାଧାରଣ ଏପରି ଜଣେ ସର୍ବଗୁଣ ସମ୍ପନ୍ନ ସମ୍ରାଟ ପାଇ ଧନ୍ୟ ହୋଇଥିଲେ । ଯାହାର ପ୍ରତିଫଳନ ସାରଳା ସାହିତ୍ୟରେ ଲକ୍ଷ୍ୟ କରାଯାଇପାରେ ।
ପ୍ରଶ୍ନ:
୧. ସାରଳା ଯୁଗର ରାଜନୈତିକ ପୃଷ୍ଠଭୂମି ଆଲୋଚନା କର । (୨୦)
୨. କପିଳେନ୍ଦ୍ର ଦେବଙ୍କ ରାଜତ୍ଵ ସାରଳା ଦାସଙ୍କୁ ସାହିତ୍ୟ ସୃଷ୍ଟିରେ ଭିତ୍ତିଭୂମି ଯୋଗାଇଥିଲା । ଉକ୍ତିଟିର ସତ୍ୟତା ଆକଳନ କର । (୨୦)
୩. ଯେମିତି ରାଜା ସେମିତି ପ୍ରଜା । ସାରଳା ଯୁଗର ରାଜନୈତିକ ପୃଷ୍ଠଭୂମିର ଆଧାରରେ ବିଚାର କର । (୨୦)
