- 28 Sections
- 78 Lessons
- Lifetime
- Important InformationVideo call link: https://meet.google.com/usa-bvhz-twb2
- PAPER-I- Section A- (I) Origin and development of Odia Language-Influence of Austric, Dravidian, Perso Arabic and English on Odia Language.13
- 4.1PAPER-I- Section A||a|| Origin of Odia Language
- 4.2PAPER-I- Section A||d|| Language of Ancient Odia prose
- 4.3PAPER-I- Section A||b|| Language of Abhilekha
- 4.4PAPER-I- Section A||c|| Language of Charjya Gitika
- 4.5PAPER-I- Section A||e|| Language of 15th century
- 4.6PAPER-I- Section A||e|| Language of 16th century
- 4.7PAPER-I- Section A||g|| Language of Riti Juga
- 4.8PAPER-I- Section A||h|| Language after Riti Juga
- 4.9PAPER-I- Section A||i|| Language of 19th Century
- 4.10PAPER-I- Section A||j|| Influence of Austric on Odia Language.
- 4.11PAPER-I- Section A||k|| Influence of Dravidian on Odia Language
- 4.12PAPER-I- Section A||m|| Influence of English on Odia Language.
- 4.13PAPER-I- Section A||l|| Influence of Perso Arabic on Odia Language.
- 0
- PAPER-I- Section A- (iii) Morphology: Morphemes (free, bound compound and complex), derivational and inflectional affixes, case inflection, conjugation of verb.1
- PAPER-I- Section A- (iv) Syntax: Kinds of sentences and their transformation, structure of sentences.2
- PAPER-I- Section A- (v) Semantics—Different types of change in meaning. Euphemism.2
- PAPER-I- Section A- (vi) Common errors in spellings, grammatical uses and construction of sentences.2
- 0
- PAPER-I- Section B-(i) Historical backgrounds (social, cultural and political) of Odia Literature of different periods.14
- 11.1PAPER-I- Section B-(i) (a) Different periods of Odia literature
- 11.2PAPER-I- Section B-(iii) (b)Prak Sarala age
- 11.3PAPER-I- Section B-(iii) (c)Introduction of Sarala period
- 11.4PAPER-I- Section B-(iii) (d) Political Background of Sarala Period
- 11.5PAPER-I- Section B-(iii) (e) Social Background of Sarala Period
- 11.6PAPER-I- Section B-(iii) (f) Cultural Background of Sarala Period
- 11.7PAPER-I- Section B-(iii) (g)Panchasakha age : An Introduction
- 11.8PAPER-I- Section B-(iii) (h)Political Background of Panchashakha Period
- 11.9PAPER-I- Section B-(iii) (i)Social Background of Panchashakha Period
- 11.10PAPER-I- Section B-(iii) (j)Cultural Background of Panchashakha Period1
- 11.11PAPER-I- Section B-(iii) (k)Introduction of Reeti Period
- 11.12PAPER-I- Section B-(iii) (l)Political Background of Reeti Period
- 11.13PAPER-I- Section B-(iii) (m)Social Background of Reeti Period
- 11.14PAPER-I- Section B-(iii) (n) cultural Background of Reeti Period
- PAPER-I- Section B-(ii) Ancient epics, ornate kavyas and padavalis.3
- PAPER-I- Section B-(iii) Typical structural forms of Odia Literature (Koili, Chautisa, Poi, Chaupadi, Champu).5
- 13.1PAPER-I- Section B||iii ||a|| Typical structural forms of Odia Literature (Koili).
- 13.2PAPER-I- Section B||iii ||b|| Typical structural forms of Odia Literature (Chautisa)
- 13.3PAPER-I- Section B||iii ||c|| Typical structural forms of Odia Literature chaupadi
- 13.4PAPER-I- Section B||iii ||d|| Typical structural forms of Odia Literature poi
- 13.5PAPER-I- Section B||iii ||e|| Typical structural forms of Odia Literature champu
- PAPER-I- Section B-(iv) Modern trends in poetry, drama short story, novel essay and literary criticism.8
- 14.0PAPER-I- Section B-(iv) (a) Introduction of Mordenity
- 14.1PAPER-I- Section B-(iv) (b) Nava Jagarana
- 14.2PAPER-I- Section B-(iv) (c) Modern trends in poetry,
- 14.3PAPER-I- Section B-(iv) (d) Modern trends in Novels
- 14.4Modernism and Odia Short story
- 14.5Modernism and Odia Essay
- 14.6Mordenism and Odia drama
- 14.7mordenism and Odia Samalochana
- PAPER-II- Section A- Poetry (Ancient)-1. Sãralã Dãs—Gada Parva from Mahābhārata.3
- PAPER-II- Section A- Poetry (Ancient)- 2. Jaganãth Dãs-Bhãgabata, XI Skadhã-Jadu Avadhuta Sambãda.3
- PAPER-II- Section A- Poetry(Medieval)- 3. Dinakrushna Dãs—Raskallola—(Chhãndas—16 & 34)3
- PAPER-II- Section A- Poetry(Medieval)- 4. Upendra Bhanja—Lavanyabati (Chhãndas—1 & 2).2
- PAPER-II- Section A- Poetry (Modern)- 5. Rãdhãnath Ray_5. Rãdhãnath Ray_Chilika1
- PAPER-II- Section A- Poetry (Modern)-6. Māyādhar Mänasinha— mahanadi re jyotsna vihara1
- PAPER-II- Section A- Poetry (Modern)-7. . Sãtchidananda Routray-Baji Routray1
- PAPER-II- Section A- Poetry (Modern)- 8. Ramãkãnta Ratha-Saptama Ritu.1
- PAPER-II- Section B- (Drama)- 9. Manoranjan Dãs-Klanta Prajapati1
- PAPER-II- Section B- (Drama)- 10. Bijay Mishra–Tata Niranjanä.2
- PAPER-II- Section B- (Novel)- 11. Fakir Mohan Senăpati-Chhamăna Athaguntha.2
- PAPER-II- Section B- (Novel)-12. Gopinãth Mohãnty—Dãnãpani.2
- PAPER-II- Section B- (Short Storyl)-13. Surendra Mohãnty-Marãlara Mrityu.1
- PAPER-II- Section B- (Short Storyl) 14. Manoj Dãs—Laxmira Abhisára.1
- PAPER-II- Section B- (Essay)- 15. Chittaranjan Dãs—Tranga o Tadit (First Five essays).1
- PAPER-II- Section B- (Essay)- 16. Chandra Sekhar Rath—Mun Satyadharmã Kahuchhi (First five essays).1
PAPER-I- Section A- (vi) Common errors in spellings, grammatical uses
ଭାଷାମଧ୍ୟରେ ଅଶୁଦ୍ଧି ଭାଷା ପ୍ରୟୋଗ କ୍ଷେତ୍ରରେ ନିନ୍ଦନୀୟ । ଶୁଦ୍ଧ ଭାଷାର ପ୍ରୟୋଗକୁ ସମ୍ମାନ ଦେଉଥିବା ବ୍ୟକ୍ତି ନିଜେ ସମ୍ମାନିତ ହେଇଥାଏ। ଅଧିକାଂଶ ବ୍ୟକ୍ତି ପୂର୍ଣ୍ଣ ଶୁଦ୍ଧଭାଷାର ପ୍ରୟୋଗ କରି ନ ପାରିବା ଯେତିକି ନିନ୍ଦନୀୟ ସେତିକି ଦୁଃଖଦାୟକ । ଭାଷା ମଧ୍ୟରେ ଅଶୁଦ୍ଧି ହେଳା ଯୋଗୁଁ ହୋଇପାରେ କିମ୍ବା ଅଜ୍ଞାନତା ଯୋଗୁଁ ମଧ୍ୟ ହୋଇପାରେ । ଅଶୁଦ୍ଧିର କାରଣ ନିମ୍ନ ପ୍ରକାରର ହୋଇପାରେ ।
ଭାଷା ଅଶୁଦ୍ଧି ବିଭିନ୍ନ ପ୍ରକାର
- ସାଦୃଶ୍ୟଜନିତ
- ସନ୍ଧି ଜନିତ
- ସମାସଜନିତ
- ଲିଙ୍ଗଜନିତ
- ବଚନଜନିତ
- କୃଦନ୍ତ ଓ ତଦ୍ଧିତଜନିତ
- କ୍ରିୟା,ବିଭକ୍ତି ଓ ପ୍ରତ୍ୟୟଜନିତ
- ଣତ୍ଵବିଧି ଓ ଷତ୍ଵବିଧି ଜନିତ
- ସଂସ୍କୃତ ଶବ୍ଦ ଓ ଧାତୁ ସମ୍ପର୍କିତ ଅଜ୍ଞାନତାଜନିତ
- ବାକ୍ୟରୀତି ଜନିତ
- ସମୋଚ୍ଚାରିତ ଶବ୍ଦଜନିତ
- ବିଶେଷ୍ୟ ବିଶେଷଣଜନିତ
- ଶବ୍ଦର ପରିବର୍ତ୍ତିତ ରୂପ ଜନିତ
(କ)ସାଦୃଶ୍ୟଜନିତ ଅଶୁଦ୍ଧି
ଉଚ୍ଚାରଣର ସମାନତା ବା ଧ୍ୱନିସାମ୍ୟ ଏହି ଅଶୁଦ୍ଧିର ମୁଖ୍ୟ କାରଣ
ଦୁଇଟି ଶବ୍ଦ ବା ଶବ୍ଦାଂଶର ସାଦୃଶ୍ୟ ହେତୁ ବହୁକଥିତ ଶବ୍ଦର ବନାନ ଅଳ୍ପକଥିତ ଶବ୍ଦର ବନାନ ଉପରେ ପଡ଼ିଥାଏ
ଉଦାହରଣ ସ୍ଵରୂପ:
ଭାଗିରଥି(ଶୁଦ୍ଧ)-ଭାଗିରଥୀ(ଅଶୁଦ୍ଧ) (ରଥୀ ଶବ୍ଦର ପ୍ରଭାବରେ)
ଦାଶରଥି(ଶୁଦ୍ଧ)-ଦଶରଥୀ (ଅଶୁଦ୍ଧ) (ରଥୀ ଶବ୍ଦର ପ୍ରଭାବରେ)
ବିଶଦ(ଶୁଦ୍ଧ)-ବିଷଦ (ଅଶୁଦ୍ଧ)(ବିଷ ଶବ୍ଦର ପ୍ରଭାବରେ )
(ଖ)ଲିଙ୍ଗ-ଜନିତ ଅଶୁଦ୍ଧି
- ବ୍ୟବହାରିକ ଜ୍ଞାନ ଅଭାବରୁ ଏହି ଅଶୁଦ୍ଧି ଘଟିଥାଏ
- ପ୍ରତ୍ୟୟର ଭୁଲ ବ୍ୟବହାରଦ୍ଵାରା ଏହି ଅଶୁଦ୍ଧି ଘଟିଥାଏ
- ସ୍ତ୍ରୀଲିଙ୍ଗ ସୂଚକ ଶବ୍ଦକୁ ହ୍ରସ୍ଵ-ସ୍ଵରାନ୍ତ ଲେଖିଲେ ଅଶୁଦ୍ଧି ହୋଇଥାଏ
ଉଦାହରଣ ସ୍ଵରୂପ:
ଶ୍ରୀମତୀ(ଶୁଦ୍ଧ)-ଶ୍ରୀମତି(ଅଶୁଦ୍ଧ)
ଚନ୍ଦ୍ରବଦନା(ଶୁଦ୍ଧ)- ଚନ୍ଦ୍ରବଦନ+ଆ (ଚନ୍ଦ୍ରବଦନୀ ନୁହେଁ)
(ଗ)ସନ୍ଧି-ଜନିତ ଅଶୁଦ୍ଧି
ସନ୍ଧିରେ ଦୁଇଟି ଶବ୍ଦର ମିଳନ ବ୍ୟାକରଣ ନିୟମ ଅନୁସାରେ ହୋଇ ନ ଥିଲେ ବର୍ଣ୍ଣାଶୁଦ୍ଧି ହୋଇଥାଏ
ସ୍ଵର, ବ୍ୟଞ୍ଜନ ଓ ବିସର୍ଗ ସନ୍ଧି ନିୟମର ପାଳନ ନ ହେଲେ ସନ୍ଧି-ଜନିତ ଅଶୁଦ୍ଧି ହୋଇଥାଏ
ଉଦାହରଣ:ରବି+ଇନ୍ଦ୍ର=ରବୀନ୍ଦ୍ର
ଦିକ୍+ଅମ୍ବର=ଦିଗମ୍ବର
ଦୁଃ+ଅବସ୍ଥା = ଦୁରବସ୍ଥା
(ଘ)ସମାସ ଜନିତ ଅଶୁଦ୍ଧି
- ସମାସ ବ୍ୟାକରଣ ନିୟମ ଅନୁସାରେ ହୋଇ ନ ଥିଲେ ବର୍ଣ୍ଣାଶୁଦ୍ଧି ହୋଇଥାଏ
- ବ୍ୟବହାରିକ ଜ୍ଞାନର ଅଭାବ ଏହାର କାରଣ
ଉଦାହରଣ ସ୍ୱରୂପ:
- ନାହିଁ ଜ୍ଞାନ ଯାହାର- ଅଜ୍ଞାନ (ଅଜ୍ଞାନୀ ନୁହେଁ)
- କାଳୀଙ୍କ ଦାସ ଯେ ସେ- କାଳିଦାସ (କାଳୀଦାସ ନୁହେଁ)
- ଶଶୀ ଭୂଷଣ ଯାହାର- ଶଶିଭୂଷଣ
- ନାହିଁ ପୁତ୍ର ଯାହାର ସେ- ଅପୁତ୍ରକ (ଅପୁତ୍ରିକ ନୁହେଁ)
- ନିନ୍ଦା କରେ ଯେ- ନିନ୍ଦକ (ନିନ୍ଦୁକ ନୁହେଁ )
- ନ ଅଟନ- ଅନଟନ (ଅନାଟନ ନୁହେଁ)
(ଙ) ବଚନଜନିତ ଅଶୁଦ୍ଧି
ବଚନ ବାଚକ ଶବ୍ଦ ଓ ବଚନ ଚିହ୍ନର ଏକତ୍ର ପ୍ରୟୋଗରେ ବଚନଗତ ଅଶୁଦ୍ଧି ହୋଇଥାଏ
ଉଦାହରଣ
ଅଗଣିତ ଲୋକଙ୍କୁ / ଲୋକମାନଙ୍କୁ (ଶୁଦ୍ଧ)- ଅଗଣିତ ଲୋକମାନଙ୍କୁ(ଅଶୁଦ୍ଧ)
ଦଳେ ଲୋକ(ଶୁଦ୍ଧ) – ଦଳେ ଲୋକମାନେ (ଅଶୁଦ୍ଧ)
(ଚ) ବିଭକ୍ତିଜନିତ ଅଶୁଦ୍ଧି
- ଶବ୍ଦ ଓ ବିଭକ୍ତି ଚିହ୍ନର ଏକତ୍ର ପ୍ରୟୋଗ ନହେଲେ ବିଭକ୍ତିଜନିତ ଅଶୁଦ୍ଧି ହୋଇଥାଏ
- ବିଭକ୍ତି ଚିହ୍ନର ଅନାବଶ୍ୟକ ପ୍ରୟୋଗରେ ମଧ୍ୟ ବିଭକ୍ତିଜନିତ ଅଶୁଦ୍ଧି ହୋଇଥାଏ
ଉଦାହରଣ ସ୍ଵରୂପ:
ପିଲାମାନଙ୍କୁ- ପିଲା ମାନଙ୍କୁ ନୁହେଁ
ଏକତ୍ର- ଏକତ୍ରରେ ନୁହେଁ
ଲୋକଙ୍କଠାରୁ- ଲୋକଙ୍କ ଠାରୁ ନୁହେଁ
ମୋଦ୍ଵାରା- ମୋ ଦ୍ଵାରା ନୁହେଁ
(ଛ) ଣତ୍ଵ ବିଧି/ଷତ୍ଵ ବିଧି ଜନିତ ଅଶୁଦ୍ଧି
ଣତ୍ଵ ବିଧି ଷତ୍ଵ ବିଧି ସମ୍ପର୍କିତ ଧାରଣାର ଅଭାବରୁ ଅଶୁଦ୍ଧି ହୋଇଥାଏ । ଉଦାହରଣ ସ୍ଵରୂପ:
ରୂପାୟଣ- ରୂପାୟନ ନୁହେଁ
ରୁଗ୍ଣ- ରୁଗ୍ନ ନୁହେଁ
ପୂର୍ବାହ୍ଣ-ପୂର୍ବାହ୍ନ ନୁହେଁ
ଆନୁଷଙ୍ଗିକ-ଆନୁସଙ୍ଗିକ ନୁହେଁ
(ଜ) ସମୋଚ୍ଚାରିତ ଶବ୍ଦ ଜନିତ ଅଶୁଦ୍ଧି
ସମୋଚ୍ଚାରିତ ଶବ୍ଦ ଅନେକ ସମୟରେ ଶ୍ରୋତା ମନରେ ଭ୍ରମ ସୃଷ୍ଟିକରି ଅଶୁଦ୍ଧିର କାରଣ ହୋଇଥାଏ ।
ଉଦାହରଣ ସ୍ୱରୂପ:
ଅଶି-ସଂଖ୍ୟା ଅସି- ଖଣ୍ଡା
ନୀତି-ନିୟମ ନିତି- ପ୍ରତିଦିନ
ଶଙ୍କର – ଶିବ ସଙ୍କର- ମିଶ୍ରିତ
ବିଷ-ଗରଳ ବିସ- ପଦ୍ମନାଡ଼
(ଝ) ‘ଯ’ ପ୍ରତ୍ୟୟ ଓ ‘ତା’ ପ୍ରତ୍ୟୟର ଏକତ୍ର ପ୍ରୟୋଗ ଜନିତ ଅଶୁଦ୍ଧି
ବିଶେଷଣକୁ ବିଶେଷ୍ୟରେ ପରିଣତ କରିବାକୁ ହେଲେ ‘ଯ’ ପ୍ରତ୍ୟୟ କିମ୍ବା ‘ତା’ପ୍ରତ୍ୟୟ ମଧ୍ୟରୁ କେବଳ ଗୋଟିଏ ମାତ୍ର ପ୍ରତ୍ୟୟ ବ୍ୟବହାର କରିବାକୁ ହୁଏ ।
ଉଭୟ ପ୍ରତ୍ୟୟକୁ ଏକ ସଙ୍ଗରେ ବ୍ୟବହାର କଲେ ପ୍ରତ୍ୟୟାନ୍ତ ଶବ୍ଦଟି ଭୁଲ ହୋଇଯାଏ ।
ଉଦାହରଣ :
ଦରିଦ୍ରର ଭାବ- ଦାରିଦ୍ର୍ୟ କିମ୍ବା ଦରିଦ୍ରତା (ଶୁଦ୍ଧ ) କିନ୍ତୁ ଦାରିଦ୍ର୍ୟତା ଅଶୁଦ୍ଧ
ସୁଜନର ଭାବ- ସୌଜନ୍ୟ କିମ୍ବା ସୁଜନତା (ଶୁଦ୍ଧ ) କିନ୍ତୁ ସୌଜନ୍ୟତା ଅଶୁଦ୍ଧ
(ଞ) ସ୍ଵର ସଂଗତି-ଜନିତ ଭ୍ରମ
ଦୁଇଟି ସନ୍ନିହିତ ସ୍ଵରଧ୍ଵନିମଧ୍ୟରୁ ପ୍ରଭାବଶାଳୀ ଧ୍ୱନିଟି ଅନ୍ୟ ଧ୍ୱନିକୁ ପ୍ରଭାବିତ କରି ନିଜ ସହ ସମାନ କରିଦିଏ । ଏହି ଭ୍ରମ କାରଣରୁ ବର୍ଣ୍ଣାଶୁଦ୍ଧି ଘଟିଥାଏ ।
ଉଦାହରଣ ସ୍ଵରୂପ:
ସାହସ(ଶୁଦ୍ଧ)-ସାହାସ(ଅଶୁଦ୍ଧ)
ରାକ୍ଷସ(ଶୁଦ୍ଧ)-ରାକ୍ଷାସ (ଅଶୁଦ୍ଧ)
ଯାତାୟତ – ଯାତାୟାତ (ଶୁଦ୍ଧ)
ଏହି କାରଣଗୁଡ଼ିକୁ ଗୁରୁତ୍ଵ ଦେଲେ ଭାଷା ଅଶୁଦ୍ଧିକୁ ଅନେକ ପରିମାଣରେ ଏଡ଼ାଇବା ସମ୍ଭବ ହେବ ।
ବର୍ଣ୍ଣାଶୁଦ୍ଧି ନିରାକରଣ ଓଡ଼ିଆ ଭାଷା ଲିଖନ ଓ ପଠନ ର ପ୍ରାଥମିକ ଆବଶ୍ୟକତା।
ଶିଶୁଟି ଯେବେ ଭୂମିପତିତ ହୁଏ,ସେତେବେଳେ ପିତାମାତାଙ୍କ ପାଇଁ ଏକ ଅପେକ୍ଷାର ଦିନ ଥାଏ ଯେବେ ସେ ଖଡ଼ି ଛୁଏଁ। ଏହି ଖଡ଼ି ଛୁଇଁବା ପରମ୍ପରାଟି ଓଡ଼ିଆ ମାନଙ୍କର ବର୍ଣ୍ଣ ପରିଚୟ ଦିଗରେ ପ୍ରଥମ ସୋପାନ ଓ ସମାଜରେ ମାନ୍ୟଗଣ୍ୟ ପରିଗଣିତ ହେଉଥିବା ବ୍ୟକ୍ତିମାନଙ୍କର ଶିକ୍ଷାର ଅୟମାରମ୍ଭ। ବ୍ରହ୍ମା,ବିଷ୍ଣୁ, ମହେଶ୍ୱରଙ୍କର ତିନୋଟି ବୃତ୍ତ ଅଙ୍କନ କଲାବେଳେ ଧ୍ୟାନ ଦିଆଯାଏ ଯେ ଏହା କିପରି ସଠିକ୍ ଗୋଲାକାର ହେବ। କାରଣ ଏହି କୁନି ହାତ ଯାହା କେବେ ଖଡ଼ି ଧରିଥାଏ, ଭବିଷ୍ୟତରେ ତାହା କଲମ ଧରେ ଏବଂ ବହୁ ଅସାଧ୍ୟ ସାଧନ କରେ।
ତେବେ ସମୟ କ୍ରମେ ଭାଷା ପ୍ରୟୋଗକାରୀର ଅବହେଳା କିମ୍ବା ଅଜ୍ଞାନତା ଯୋଗୁଁ ଭାଷାର ମୂଳଦୁଆ ଦୋହଲି ଯାଏ।ଏହି ଅସ୍ଥିରତା କୁ ବର୍ଣ୍ଣାଶୁଦ୍ଧି କୁହାଯାଏ।
ବର୍ଣ୍ଣାଶୁଦ୍ଧି ର କାରଣ :-
ବର୍ଣ୍ଣାସୁଦ୍ଧିକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ।
(୧)ପଠନରେ ବର୍ଣ୍ଣାଶୁଦ୍ଧି (୨)ଲିଖନଗତ ବର୍ଣ୍ଣାଶୁଦ୍ଧି
(୧) ପଠନରେ ବର୍ଣ୍ଣାଶୁଦ୍ଧି:-
ପଠନ ସମୟରେ ହର୍ସ୍ଵ ସ୍ୱର ଓ ଦୀର୍ଘ ସ୍ୱରର ଉଚ୍ଚାରଣ ଉପରେ ପ୍ରାୟତଃ ଧ୍ୟାନ ଦିଆଯାଏ ନାହିଁ।କିନ୍ତୁ ଏହା ସେହି ଛୋଟ କ୍ଷତି ସଦୃଶ ଯାହା ପରବର୍ତ୍ତୀ ସମୟରେ କର୍କଟର ରୂପ ନିଏ।ପଠନ ସମୟରେ ହର୍ସ୍ଵ ଓ ଦୀର୍ଘ ସ୍ୱରର ଉଚ୍ଚାରଣରେ ସମତାକୁ ଅଣଦେଖା କରାଯାଏ ଯାହା ପ୍ରତିଫଳିତ ହୋଇଥାଏ ଲିଖନ ସମୟରେ।
ଉଦାହରଣ :- ନଦୀ – ନଦି
କୂଳ – କୁଳ
– ଶ, ସ, ଷ ର ପଠନ ସମୟରେ ସମୋଚ୍ଚାରଣ।
ଯଥା :-
ଅଶି – ସଂଖ୍ୟା, ଅସି – ଖଣ୍ଡା
ବିଷ – ଗରଳ, ବିସ – ପଦ୍ମନାଡ
ଶଙ୍କର – ଶିବ, ସଙ୍କର – ମିଶ୍ରିତ
ତେବେ ପଠନ ସମୟରେ ଏହିପରି ତ୍ରୁଟି ଗ୍ରହଣଯୋଗ୍ୟ। କିନ୍ତୁ ଏହି ତ୍ରୁଟି ବାକ୍ୟ ଲିଖନ ସମୟରେ ଭାଷାର ମୌଳିକ ଅର୍ଥ ଓ ଉପାଦେୟତା କୁ ପ୍ରତିରୋଧ କରିଥାଏ। କାରଣ ଏହିଭଳି ତ୍ରୁଟି ପାଇଁ ମନରେ ପ୍ରତ୍ୟାଷିତ ଭାବ ଓ କାଗଜରେ ଉପସ୍ଥାପିତ ଭାବ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଥାଏ। କେବଳ ଯେ ଏହା ଭାବ ବିନିମୟରେ ପ୍ରତିବନ୍ଧକ ସାଜିପାରେ ତାହା ନୁହେଁ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଶତ୍ରୁତା କିମ୍ବା ଖରାପ ଭାବନାର ଉଦ୍ରେକ ମଧ୍ୟ କରିପାରେ।
ଉଦାହରଣ –
ଆମ ଘରକୁ ଆସିଲେ ମୁଁ ତୁମକୁ ବିଷ ଖୁଆଇବି।
ଆମ ଘରକୁ ଆସିଲେ ମୁଁ ତୁମକୁ ବିସ ଖୁଆଇବି।
ତେଣୁ ଭାଷାଗତ ଅଶୁଦ୍ଧିର ଦୂରୀକରଣ ପାଇଁ ପ୍ରୟାସ ସର୍ବଦା ସ୍ବାଗତଯୋଗ୍ୟ।
(୨) ଲିଖନଗତ ବର୍ଣ୍ଣାଶୁଦ୍ଧି :-
ଭାଷାବିତ୍ ମାନେ ଏହାକୁ ବିଭିନ୍ନ ପ୍ରକାରରେ ବିଭକ୍ତ କରିଛନ୍ତି କିନ୍ତୁ ମୁଖ୍ୟତଃ ଏଗୁଡ଼ିକୁ ଦୁଇଟି ବିଷୟ ଅନ୍ତର୍ଗତ କରାଯାଇପାରେ। ଯଥା :-
(କ)ବନାନଗତ ଅଶୁଦ୍ଧି
– ସାଦୃଶ୍ୟକନିତ
– ସନ୍ଧି ଜନିତ
– ସମାସ ଜନିତ
– ସମୋଚ୍ଚାରିତ ଶବ୍ଦ ଜନିତ
– ଣତ୍ୱବିଧି ଷତ୍ୱବିଧି ଜନିତ
– ‘ୟ’ ପ୍ରତ୍ୟୟ ‘ତ’ ପ୍ରତ୍ୟୟ ଜନିତ
– ସ୍ୱରସଙ୍ଗତି ଜନିତ
(ଖ) ବ୍ୟାକରଣଗତ ଅଶୁଦ୍ଧି
– ବଚନ ଜନିତ
– ବିଭକ୍ତି ଜନିତ
ବର୍ଣ୍ଣାଶୁଦ୍ଧିର ନିରାକରଣର ଆବଶ୍ୟକତା :-
ଖାଦ୍ୟ ଖାଇବା ସମୟରେ, ଅଳଙ୍କାର ପାଇଁ ସୁନାର ବ୍ୟବହାର ସମୟରେ,ତୈଳର ବ୍ୟବହାର ସମୟରେ ଆମ ପାଖରେ ଅପମିଶ୍ରିତ ବସ୍ତୁର ଉପଲବ୍ଧ ଥିଲେ ମଧ୍ୟ ଆମେ ଅଧିକ ମୂଲ୍ୟ ଦେଇ ବିଶୁଦ୍ଧ ବସ୍ତୁର ଚୟନ କରୁ। ସେହିପରି ଭାବେ ଭାଷାର ଶୁଦ୍ଧତା ବଜାୟ ରଖିବା ପାଇଁ ବର୍ଣ୍ଣାଶୁଦ୍ଧି ପରିମାର୍ଜିତ କରିବା ଅପରିହାର୍ଯ୍ୟ।
ଓଡ଼ିଆ ଭାଷାକୁ ବିଲୋପ ହେବାରୁ ରକ୍ଷା କରି,ମୃତ୍ୟୁର ଦ୍ଵାର ଦେଶରୁ ଫେରାଇ ଆଣି ଆଜି ଏକ ସାଂସ୍କୃତିକ ଭାଷାର ପରିଚୟ ଦେବା ପାଇଁ ଆମର ପୂର୍ବପୁରୁଷ ଯେତିକି ଅଶ୍ରୁଶ୍ୱେଦ ଦେଇଛନ୍ତି ତାହାର ଶୁଦ୍ଧତାକୁ ରକ୍ଷା କରି ଆମେ ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ ହେବାକୁ ଚେଷ୍ଟା କରିବା ଉଚିତ୍।ବର୍ଣ୍ଣରେ ଶୁଦ୍ଧତା ନିଜର ମହକକୁ ଉଜ୍ଜୀବିତ କରି ରଖିଥାଏ। ‘ରସଗୋଲା’ ଓଡ଼ିଶାର ନା ବଙ୍ଗଳାର ତର୍କ ହେଲାବେଳେ ଆମ୍ଭେ ଆମ୍ଭର ପୁରାଣ ଶାସ୍ତ୍ର, ସାରଳା ମହାଭାରତ ରେ ଏହାର ଉଲ୍ଲେଖ ଥିବା ଦର୍ଶାଇ ଗର୍ବର ସହକାରେ କହି ପାରୁଛୁ କି ରସଗୋଲା ଆମର। କାରଣ ଭିନ୍ନ ଭିନ୍ନ ସ୍ଥାନରେ ରସଗୋଲାକୁ ସମଭାବରେ ଶୁଦ୍ଧରୂପେ ଲେଖାଯାଇଛି। ଠିକ୍ ସେହିପରି ଭାବେ ଯଦି ଭାଷାର ଅଶୁଦ୍ଧତାକୁ ପ୍ରଶ୍ରୟ ଦିଆଯାଏ, ତେବେ ଭବିଷ୍ୟତରେ ଓଡ଼ିଆ ଭାଷାର ଉତ୍ପତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲେ ତାହାକୁ ସମ୍ମୁଖୀନ ହେବା କଷ୍ଟକର ହୋଇପଡିବ
ବର୍ଣ୍ଣାଶୁଦ୍ଧି ନିରାକରଣର ଉପାୟ :-
” ମାତୃଭୂମି ମାତୃ ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବ
ଅଜ୍ଞାନ ରହିବେ କାହିଁ “
ବର୍ଣ୍ଣାଶୁଦ୍ଧି ନିରାକରଣ ପାଇଁ ବର୍ଣ୍ଣ ଓ ମାତୃଭାଷା ପାଇଁ ପ୍ରେମ ଜାଗ୍ରତ କରିବାକୁ ପଡ଼ିବ। ସମାଜରେ ଯେଉଁ ବର୍ଗ ସମ୍ମାନିତ ପଦରେ ଅଧିଷ୍ଠିତ, ସେମାନେ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟି ଯାଆନ୍ତି।ଯଥା – ଡାକ୍ତର, ବୈଜ୍ଞାନିକ, ଖେଳାଳୀ ଇତ୍ୟାଦି।ସେହିପରି ସାହିତ୍ୟ ଓ ସର୍ବୋପରି ବର୍ଣ୍ଣାଶୁଦ୍ଧି ରୋକିବା ପାଇଁ ସାହିତ୍ୟିକ ମାନଙ୍କୁ ଯଥୋଚିତ ସାମାଜିକ ସମ୍ମାନ ପ୍ରଦାନ କରିବାର ବ୍ୟବସ୍ଥା କରିବା ଉଚିତ୍। ଯେପର୍ଯ୍ୟନ୍ତ ସାହିତ୍ୟକୁ ପ୍ରେମ ଓ ସାହିତ୍ୟିକଙ୍କୁ ଆଦର୍ଶ ବୋଲି ନୂତନ ପୀଢ଼ି ସ୍ବୀକାର କରିନି, ବର୍ଣ୍ଣାଶୁଦ୍ଧି ଦୂରୀକରଣ କଷ୍ଟସାଧ୍ୟ।କାରଣ ଜଣେ ସାହିତ୍ୟିକ ସର୍ବଦା ଏକ ଶୁଦ୍ଧବର୍ଣ୍ଣ ଉପସ୍ଥାପନାକୁ ହିଁ ନିଜର ଦକ୍ଷତା ବୋଲି ବିବେଚନା କରିଥାଏ। ତେଣୁ ବର୍ଣ୍ଣାଶୁଦ୍ଧି କୁ ପ୍ରଶ୍ରୟ ଦେବା ଅନୁଚିତ୍।
