ବୈଦେହୀଶ ବିଳାସ (ନବମ ଛାନ୍ଦ)
ବୈଦେହୀଶ ବିଳାସ
ବୈଦେହୀଶ ବିଳାସ କାବ୍ୟଟି କବି ସମ୍ରାଟ ଉପେନ୍ଦ୍ରଭଞଙ୍କ ଅଦ୍ଵିତୀୟ କୃତି I କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ – ୧୭୪୦, ଅନ୍ୟମତେ ୧୭୨୦) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧି ରେ ଭୂଷିତ କରାଯାଇଅଛି ।ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ । ଯଦିଓ ସ୍ତୂଳ ସିଂହାସନକୁ ଆରୋହଣ କରିନଥିଲେ ତଥାପି ଅନନ୍ୟ ସାହିତ୍ୟ ରଚନା କରି କବିସମ୍ରାଟ ଭାବରେ ଅଭିଷିକ୍ତ I ଆଲୋଚ୍ୟ ଛାନ୍ଦଟି ବୈଦେହୀଶବିଳାସର ନବମ ଛାନ୍ଦ I ଏହା ଚୋଖି ରାଗରେ ରଚିତ I
ବୈଦେହୀ ଶବ୍ଦର ଅର୍ଥ ବିଦେହଙ୍କ କନ୍ୟା। ବିଦେହ ଅର୍ଥାତ ଯାହାର ଦେହ ନାହିଁ । ଯୋଗ ତପସ୍ୟା କରି ଦେହ ଚେତନାର ଊର୍ଦ୍ଧ୍ୱରେ ଅର୍ଥାତ ବିଦେହରେ ପରିଣତ ହୋଇଥିଲେ ରାଜା ଜନକ I ରାଜା ଜନକଙ୍କ ପୁତ୍ରୀ ସୀତା ବିଦେହଙ୍କ କନ୍ୟା ହୋଇଥିବାରୁ ବୈଦେହୀନାମରେ ପରିଚିତ I ବୈଦେହୀଙ୍କ ଇଶ ଶ୍ରୀରାମ ହେଉଛନ୍ତି ବୈଦେହୀଶ I ଶ୍ରୀରାମଙ୍କ ବିଳାସ ହେଉଛି ବୈଦେହୀଶ ବିଳାସ I ବିଳାସଶବ୍ଦର ଅର୍ଥ ଲୀଳା I ମର୍ଯ୍ୟାଦାପୂରୁଷୋତ୍ତମଙ୍କ ଲୀଳାର ଶାବ୍ଦିକ ପରିପ୍ରକାଶର ଅଭିନବ ପ୍ରୟାସ ହେଉଛି ବୈଦେହୀଶ ବିଳାସ I
Tag:Upendra Bhanja